ପୂରା କ୍ଲାସ୍ ଚୁପଚାପ୍ ବସି ଧ୍ୟାନ ଦେଇ ଶୁଣୁଛନ୍ତି। ବାୟୋଲୋଜି ଶିକ୍ଷକ ପଢ଼ାଉଛନ୍ତି କିପରି କ୍ରୋମୋଜୋମ୍ ମଣିଷର ଲିଙ୍ଗ ନିର୍ଣ୍ଣୟ କରେ। “ମହିଳାମାନଙ୍କର ଦୁଇଟି X କ୍ରୋମୋଜୋମ୍ ଥିବାବେଳେ ପୁରୁଷମାନଙ୍କର ଗୋଟିଏ X ଏବଂ ଗୋଟିଏ Y କ୍ରୋମୋଜୋମ୍ ଥାଏ। ଯଦି ଦୁଇଟି XX କ୍ରୋମୋଜୋମ୍ ଗୋଟିଏ Y ସହିତ ଯୋଡ଼ି ହୁଅନ୍ତି, ତେବେ ତୁମେମାନେ ସେଇଠି ବସିଥିବା ଭଳି ଜଣଙ୍କୁ ପାଇବ,” ଶିକ୍ଷକ ଜଣେ ଛାତ୍ର ଆଡକୁ ଦେଖାଇ କହିଲେ। ଛାତ୍ରଟି ଅସହଜବୋଧ କରି ଠିଆ ହେବା ପରେ କ୍ଲାସରେ ସମସ୍ତେ ଠୋ ଠୋ ହୋଇ ହସିଲେ।

କିନ୍ନର ସମ୍ପ୍ରଦାୟ ଉପରେ ଆଧାରିତ ନାଟକ ସାନ୍ଦାକାରଙ୍ଗା (ଯୁଦ୍ଧ କରିବାକୁ ଦୃଢ଼-ମନସ୍କ)ର ପ୍ରଥମ ଦୃଶ୍ୟ। ନାଟକର ପ୍ରଥମ ଭାଗରେ ନିର୍ଦ୍ଦିଷ୍ଟ ଲିଙ୍ଗ ସ୍ୱୀକୃତ ଭୂମିକାରେ ଖାପ ଖୁଆଇ ପାରି ନ ଥିବାରୁ ଜଣେ ପିଲାକୁ ସମସ୍ତେ ଅପମାନିତ କରୁଥିବା ଦର୍ଶାଯାଇ ଥିବାବେଳେ ଦ୍ୱିତୀୟାର୍ଦ୍ଧରେ ହିଂସାର ଶିକାର ହୋଇଥିବା କିନ୍ନର ମହିଳା ଏବଂ କିନ୍ନର ପୁରୁଷଙ୍କ ଜୀବନକୁ ଉପସ୍ଥାପିତ କରାଯାଇଛି।

ଦ ଟ୍ରାନ୍ସ ରାଇଟ୍ସ ନାଓ କଲେକ୍ଟିଭ୍ (ଟିଆରଏନ୍ସି) ସମଗ୍ର ଭାରତରେ କିନ୍ନରମାନଙ୍କର ଦଳିତ, ବହୁଜନ ଏବଂ ଆଦିବାସୀମାନଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଉଛି। ନଭେମ୍ବର ୨୩, ୨୦୨୨ ରେ ସେମାନେ ତାମିଲନାଡୁର ଚେନ୍ନାଇରେ ସାନ୍ଦାକାରଙ୍ଗାର ପ୍ରଥମ ପ୍ରଦର୍ଶନ ଉପସ୍ଥାପନ କରିଥିଲେ। ଏକ ଘଣ୍ଟାର ଏହି ନାଟକ ନଅ ଜଣ କିନ୍ନରଙ୍କର ଏକ ଗ୍ରୁପ୍ ଦ୍ୱାରା ନିର୍ଦ୍ଦେଶିତ, ପ୍ରଯୋଜିତ ଏବଂ ଅଭିନୀତ ହୋଇଥିଲା।

“ମୃତ୍ୟୁବରଣ କରିଥିବା କିନ୍ନର ବ୍ୟକ୍ତିବିଶେଷମାନଙ୍କ ସ୍ମୃତିରେ ନଭେମ୍ବର ୨୦ରେ ‘ଇଣ୍ଟରନ୍ୟାସନାଲ୍ ଟ୍ରାନ୍ସ ଡେ ଅଫ୍ ରିମେମ୍ବ୍ରାନ୍ସ’ ପାଳନ କରାଯାଏ। ସେମାନଙ୍କ ଜୀବନ ସହଜ ନୁହେଁ କାରଣ ସେମାନେ ପ୍ରାୟତଃ ସେମାନଙ୍କ ନିଜ ପରିବାର ଦ୍ୱାରା ଅବହେଳିତ ହୋଇ ସମାଜରୁ ନିର୍ବାସିତ ହୋଇଥାନ୍ତି ଏବଂ ଅନେକଙ୍କୁ ହତ୍ୟା କରାଯାଇଥାଏ କିମ୍ୱା ସେମାନେ ଆତ୍ମହତ୍ୟା କରିଥାନ୍ତି,” କୁହନ୍ତି ଟିଆରଏନସିର ପ୍ରତିଷ୍ଠାତା ଗ୍ରେସ ବାନୁ।

PHOTO • M. Palani Kumar

ତାମିଲନାଡୁର ଚେନ୍ନାଇରେ ସାନ୍ଦାକାରଙ୍ଗା ନାଟକର ରିହର୍ସାଲ କରୁଥିବା କଳାକାରମାନେ

PHOTO • M. Palani Kumar

ଥିଏଟର କଳାକାର ଗ୍ରେସ୍ ବାନୁ ଜଣେ ଶିକ୍ଷକଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି ଶ୍ରେଣୀଗୃହରେ କିନ୍ନର ସମ୍ପ୍ରଦାୟର କ୍ରୋମୋଜୋମ୍ ଏବଂ ଯୌନ ପରିଚୟ ବିଷୟରେ ବୁଝାଉଛନ୍ତି

“ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଉଛି। ଯେତେବେଳେ କିନ୍ନର ସମ୍ପ୍ରଦାୟ ବିରୁଦ୍ଧରେ ହିଂସା ହୁଏ, କେହି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତି ନାହିଁ।” ଆମ ସମାଜ ସମ୍ପୂର୍ଣ୍ଣ ନୀରବ ରହୁଛି,” ବୋଲି ଜଣେ କଳାକାର ତଥା କାର୍ଯ୍ୟକର୍ତ୍ତା ବାନୁ କୁହନ୍ତି। “ଆମକୁ କଥାବାର୍ତ୍ତା ଆରମ୍ଭ କରିବାକୁ ପଡ଼ିଲା। ସେହି କାରଣରୁ ଆମେ [ନାଟକର ନାମ] ସାନ୍ଦାକାରଙ୍ଗା ରଖିଛୁ।”

୨୦୧୭ ରେ, ଏହି ନାଟକଟି 'ସାନ୍ଦକାରାଇ' ଭାବରେ ମଞ୍ଚସ୍ଥ ହୋଇଥିଲା ଏବଂ ପରେ ୨୦୨୨ ରେ ଏହାର ନାମ 'ସାନ୍ଦାକାରଙ୍ଗା'କୁ ବଦଳାଇ ଦିଆଗଲା। ଗ୍ରେସ୍ ବାନୁ କହନ୍ତି, “ଆମେ ଏହାକୁ ସବୁ କିନ୍ନରମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବଦଳାଇଛୁ।” ଏହି ନାଟକର ନଅ ଜଣ କଳାକାର ଅଭିନୟ ମାଧ୍ୟମରେ ପୀଡ଼ା ଏବଂ ଯନ୍ତ୍ରଣାର ଉପସ୍ଥାପନ କରିଛନ୍ତି ଏବଂ କିନ୍ନର ସମ୍ପ୍ରଦାୟ ପ୍ରତି ମୌଖିକ ତଥା ଶାରୀରିକ ହିଂସାକୁ ନେଇ ଅଜ୍ଞାନତା ଏବଂ ନୀରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସାନ୍ଦାକାରଙ୍ଗାର ଲେଖକ ତଥା ନିର୍ଦ୍ଦେଶକ ନେଘା କହିଛନ୍ତି, “ଏହି ନାଟକରେ ପ୍ରଥମ ଥର କିନ୍ନର ପୁରୁଷ ଏବଂ କିନ୍ନର ମହିଳାମାନେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି।”

“ଆମେ ସବୁବେଳେ ବଞ୍ଚିବା ପାଇଁ ସଂଘର୍ଷ କରୁଛୁ। ଆମର ମାସିକ ବିଲ୍ ପୈଠ କରିବାକୁ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆମେ ଲଗାତାର କାମ କରିଚାଲିଛୁ। ଏହି ସ୍କ୍ରିପ୍ଟରେ କାମ କରିବାବେଳେ ମୁଁ ଉତ୍ସାହିତ ଥିଲି କିନ୍ତୁ ରାଗ ବି ଲାଗୁଥିଲା ଯେ କିନ୍ନର ପୁରୁଷ ଏବଂ କିନ୍ନର ମହିଳାମାନେ କେବେ ବି ଥିଏଟର କିମ୍ବା ସିନେମାରେ ଅଭିନୟ କରିବାର ସୁଯୋଗ ପାଉ ନହାଁନ୍ତି। ମୁଁ ଭାବିଲି, ବଞ୍ଚିବା ପାଇଁ ତ ଆମେ ନିଜ ଜୀବନକୁ ବିପଦରେ ପକାଉଛୁ, ତାହେଲେ ନାଟକ ପ୍ରଯୋଜନା ପାଇଁ ବି ରିସ୍କ ନେଇ ଦେଖିବା କ’ଣ ହେଉଛି?” ନେଘା କହିଛନ୍ତି।

ଏହି ଫଟୋ କାହାଣୀ ସେହି ମୂହୁର୍ତ୍ତଗୁଡ଼ିକୁ ତୋଳି ଧରିଛି ଯାହା କିନ୍ନର ସମ୍ପ୍ରଦାୟର ଲିଭି ଯାଇଥିବା ଇତିହାସକୁ ଜୀବନ୍ତ କରୁଛି, ସେମାନଙ୍କର ବଞ୍ଚିବାର ଅଧିକାରକୁ ପୁଣି ସାବ୍ୟସ୍ତ କରୁଛି ଏବଂ ସେମାନଙ୍କ ଶରୀର ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି।

PHOTO • M. Palani Kumar
PHOTO • M. Palani Kumar

ଅଭିନେତା ତଥା ସାନ୍ଦାକାରଙ୍ଗାର ନିର୍ଦ୍ଦେଶକ ନେଘା (ବାମ) , ଏବଂ କିନ୍ନର ଅଧିକାର କାର୍ଯ୍ୟକର୍ତ୍ତା ଗ୍ରେସ୍ ବାନୁ (ଡାହାଣ) ଙ୍କ  ଫଟୋ

PHOTO • M. Palani Kumar
PHOTO • M. Palani Kumar

ବାମ: ରେଣୁକା ଜେ. ଦ ଟ୍ରାନ୍ସ ରାଇଟ୍ସ ନାଓ କଲେକ୍ଟିଭର ସାଂସ୍କୃତିକ ସଂଯୋଜକ ଏବଂ ଥିଏଟର କଳାକାର ଡାହାଣ: ପ୍ରାଜୀ ଡି. ମଧ୍ୟ ଜଣେ ଥିଏଟର କଳାକାର , ଏବଂ କଷ୍ଟ୍ୟୁମ୍ ଡିଜାଇନ୍ ଏବଂ ଫ୍ୟାଶନରେ ସ୍ନାତକୋତ୍ତର ଡିଗ୍ରୀ କରୁଛନ୍ତି

PHOTO • M. Palani Kumar
PHOTO • M. Palani Kumar

ରିଜୱାନ୍ ଏସ୍ (ବାମ) ଏବଂ ଅରୁଣ କାର୍ତ୍ତିକ (ଡାହାଣ) ଏକ ଘରୋଇ ଫାର୍ମରେ କାମ କରନ୍ତି ଏବଂ ଥିଏଟର କଳାକାର ମଧ୍ୟ ଅଟନ୍ତି ' କିନ୍ନର ପୁରୁଷମାନେ ସମ୍ପ୍ରଦାୟରେ ସଂଖ୍ୟାଲଘୁ ହୋଇଥାନ୍ତି , ଏବଂ ସେମାନଙ୍କର କୌଣସି ଦୃଶ୍ୟମାନତା ନାହିଁ ଏହି ନାଟକ କିନ୍ନର ପୁରୁଷମାନଙ୍କ କାହାଣୀ ମଧ୍ୟ ବର୍ଣ୍ଣନା କରୁଛି ,’ ଅରୁଣ କୁହନ୍ତି

PHOTO • M. Palani Kumar
PHOTO • M. Palani Kumar

ମୁଁ ଆଶା କରୁଛି ଏହି ନାଟକ ବହୁ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚିବ ଏବଂ କିନ୍ନର ବ୍ୟକ୍ତିବିଶେଷମାନଙ୍କୁ ବଞ୍ଚିବା ପାଇଁ ଶକ୍ତି ପ୍ରଦାନ କରିବ ବୋଲି ଇଞ୍ଜିନିୟରିଂ ଛାତ୍ର , ଥିଏଟର କଳାକାର ତଥା ଦ ଟ୍ରାନ୍ସ ରାଇଟ୍ସ ନାଓ କଲେକ୍ଟିଭ ଛାତ୍ର ସଂଯୋଜକ ଅଜିତା ୱାଇ . ( ବାମ) କୁହନ୍ତି। ଥିଏଟର କଳାକାର ରାଗିଣିରାଜେଶ (ଡାହାଣ) ଙ୍କର ଫଟୋ

PHOTO • M. Palani Kumar
PHOTO • M. Palani Kumar

ବାମ: ଏକ ଘରୋଇ କମ୍ପାନୀର ବିଶ୍ଳେଷକ ଏବଂ ଥିଏଟର କଳାକାର ନିଶାଥାନା ଜନସନଙ୍କ ଫଟୋ ଏହି ନାଟକ କେବଳ କିନ୍ନରମାନଙ୍କ ଦୁଃଖ ଓ ଯନ୍ତ୍ରଣା ଉପରେ ଆଲୋକପାତ କରି ନାହିଁ , ବରଂ ସେମାନଙ୍କ ଅଧିକାର ପାଇଁ ସଂଗ୍ରାମରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଜୀବନକୁ ମଧ୍ୟ ଚିତ୍ରଣ କରୁଛି। ଡାହାଣ: ତାମିଲନାଡୁର ଚେନ୍ନାଇରେ ନାଟକର ରିହର୍ସାଲ କରୁଥିବା କଳାକାରମାନେ

PHOTO • M. Palani Kumar
PHOTO • M. Palani Kumar

ବାମ: ନାଟକରେ ନିଶାଥାନା ଜନସନ୍ ଏବଂ ଅଜିତା ୱାଇ . ଡାହାଣ: ପ୍ରାଜୀ ଡି. ମେକ୍ ଅପ୍ କରୁଛନ୍ତି

PHOTO • M. Palani Kumar

ସାନ୍ଦାକାରଙ୍ଗାରେ ଶିକ୍ଷାନୁଷ୍ଠାନଗୁଡ଼ିକରେ କିନ୍ନର କମ୍ୟୁନିଟି ଉପରେ ହୋଇଥିବା ଅତ୍ୟାଚାରର ଚିତ୍ରଣ କରାଯାଇଛି

PHOTO • M. Palani Kumar

ଏକ ଦୃଶ୍ୟ ଯାହା ଚିତ୍ରଣ କରୁଛି ଯେ ଜଣେ କିନ୍ନର ମହିଳାଙ୍କ ଉପରେ ତାଙ୍କ ନିଜ ଘରେ କିପରି ବ୍ୟବହାର କରାଯାଏ

PHOTO • M. Palani Kumar

ନାଟକର ଏକ ଦୃଶ୍ୟ ଲିଙ୍ଗ-ବାଧ୍ୟତାମୂଳକ ଭୂମିକାରେ ଖାପ ଖୁଆଇ ନ ଥିବାରୁ ଗୋଟିଏ ପିଲାର କନଭର୍ସନ୍ ଥେରାପି , ଅପମାନ ଏବଂ ଅପବ୍ୟବହାରର ଅନୁଭୂତି ଦର୍ଶାଉଛି

PHOTO • M. Palani Kumar

ତାମିଲନାଡୁର ଚେନ୍ନାଇରେ ସାନ୍ଦାକାରଙ୍ଗାର ରିହର୍ସାଲ କରୁଥିବା କଳାକାରମାନେ

PHOTO • M. Palani Kumar

ନାଟକରେ , ନେଘା କିନ୍ନର ସମ୍ପ୍ରଦାୟ ଉପରେ ହୋଇଥିବା ନିର୍ଯାତନା ଏବଂ ହିଂସାକୁ ନେଇ ସମାଜର ନୀରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି

PHOTO • M. Palani Kumar

କିନ୍ନର ଭାବରେ ପରିଚିତ ବ୍ୟକ୍ତିଙ୍କ ଲିଙ୍ଗ ନିଶ୍ଚିତକରଣ ଅସ୍ତ୍ରୋପଚାର କରୁଥିବା ସମୟରେ ପୀଡ଼ା ଏବଂ ଯନ୍ତ୍ରଣାକୁ ପ୍ରାଜୀ ଡି. ଚିତ୍ରଣ କରିଛନ୍ତି

PHOTO • M. Palani Kumar

ରିଜୱାନ୍ ଏସ୍ ଜଣେ କିନ୍ନର ପୁରୁଷ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଏକ ବିପରୀତଲିଙ୍ଗି ସମାଜରେ ତାଙ୍କର ପ୍ରେମ , ନିରାଶା ଏବଂ ଯନ୍ତ୍ରଣାର ଅନୁଭୂତି ବର୍ଣ୍ଣନା କରିଥିଲେ

PHOTO • M. Palani Kumar

ଗ୍ରେସ୍ ବାନୁ ଜଣେ କିନ୍ନର ମହିଳାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯିଏ ପୋଲିସ୍ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ

PHOTO • M. Palani Kumar

ନେଘା (ଠିଆ ହୋଇଛନ୍ତି) ଦର୍ଶକମାନଙ୍କୁ କିନ୍ନରମାନଙ୍କ ଶରୀରକୁ ସମ୍ମାନ ଦେବା ଏବଂ କିନ୍ନର ସମ୍ପ୍ରଦାୟ ବିରୁଦ୍ଧରେ ବଡି ସେମିଂ , କିନ୍ନରମାନଙ୍କୁ ଘୃଣା କରିବା ଏବଂ କିନ୍ନର ସମୁଦାୟ ବିରୁଦ୍ଧରେ ହିଂସାକୁ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି

PHOTO • M. Palani Kumar

ଦୁଃଖ ଓ ଯନ୍ତ୍ରଣା ସତ୍ତ୍ୱେ କିନ୍ନର ସମ୍ପ୍ରଦାୟ କିପରି ନିଜ ଜୀବନରେ ଯେପରି ଉତ୍ସବ ପାଳନ କରୁଛନ୍ତି ଏବଂ ଖୁସି ମନାଉଛନ୍ତି ତାହା କଳାକାରମାନେ ଚିତ୍ରଣ କରୁଛନ୍ତି

PHOTO • M. Palani Kumar

ନଭେମ୍ବର ୨୦୨୨ ରେ ଅନୁଷ୍ଠିତ ନାଟକ ସାନ୍ଦାକାରଙ୍ଗା ମାଧ୍ୟମରେ ମଞ୍ଚରେ କିନ୍ନର ସମ୍ପ୍ରଦାୟର ଭୁଲିଯାଇଥିବା ଇତିହାସକୁ ଜୀବନ୍ତ କରିଥିବା କଳାକାରମାନଙ୍କ ଦଳ

PHOTO • M. Palani Kumar

ନାଟକର ପ୍ରଥମ ରାତିର ପ୍ରଦର୍ଶନ ଶେଷ ହେବା ପରେ ଦର୍ଶକମାନେ ସମବେତ ଭାବରେ ଠିଆ ହୋଇ କରତାଳି ବଜାଉଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

M. Palani Kumar

M. Palani Kumar is PARI's Staff Photographer and documents the lives of the marginalised. A 2019 PARI Fellow, Palani was also the cinematographer for ‘Kakoos’, a documentary on manual scavengers in Tamil Nadu, by filmmaker Divya Bharathi.

Other stories by M. Palani Kumar
Editor : S. Senthalir

S. Senthalir is Assistant Editor at the People's Archive of Rural India. She reports on the intersection of gender, caste and labour. She was a PARI Fellow in 2020

Other stories by S. Senthalir
Photo Editor : Binaifer Bharucha

Binaifer Bharucha is a freelance photographer based in Mumbai, and Photo Editor at the People's Archive of Rural India.

Other stories by Binaifer Bharucha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE